Advertisement
trendingPhotos1144316
photoDetails1hindi

ପୁରୁଷମାନେ ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଆୟୁର୍ବେଦରେ ଅଳେଇଚ (cardamom) କୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । 

1/5

ନୂଆଦିଲ୍ଲୀ: ଅଳେଇଚ (cardamom) ଦେଖିବାକୁ ବହୁତ ଛୋଟ ହୋଇଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ, ତାହା ବୋଧହୁଏ ସମସ୍ତେ ଜାଣନ୍ତି ନାହିଁ । ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବିଷୟରେ ଅଜଣା ରହନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଳେଇଚ ଖାଇବାର ଉପକାର ବିଷୟରେ ବିସ୍ତୃତ ଭାବରେ କହିବୁ ।

ନପୁଂସକତା ସମସ୍ୟା ମଧ୍ୟ ଦୂର ହୁଏ

2/5
ନପୁଂସକତା ସମସ୍ୟା ମଧ୍ୟ ଦୂର ହୁଏ

ବାସ୍ତବରେ, ଅଳେଇଚ (cardamom) ଏପରି ଟନିକର କାମ କରିଥାଏ ଯାହା କାମୋତ୍ତେଜନାକୁ ବଢାଇଥାଏ । ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।

ପାଟି ଦୁର୍ଗନ୍ଧ ଶେଷ କରେ

3/5
ପାଟି ଦୁର୍ଗନ୍ଧ ଶେଷ କରେ

ଅଳେଇଚ (cardamom) କେବଳ ଯୌନ କ୍ଷମତା ପାଇଁ ଲଭାଦାୟକ ହୋଇଥାଏ ବରଂ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ । ସମସ୍ତେ ଜାଣନ୍ତି ଯେ ଅଳେଇଚ ପାଟିର ଗନ୍ଧକୁ ଦୂରେ କରିଥାଏ । ଯଦି ଆପଣଙ୍କ ପାଟିରୁ ଖରାପ ଗନ୍ଧ ବାହାରୁଛି, ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ଆପଣ ଅଳେଇଚ ଖାଇବା ଆରମ୍ଭ କରନ୍ତୁ । କିମ୍ବା ସକାଳେ ଉଠି ଏକ କପ୍ ଅଳେଇଚ ଚା ’ପିଅନ୍ତୁ ବା ଫୁଟାଯାଇଥିବା ଅଳେଇଚ ପାଣି ପିଅନ୍ତୁ ।

ଥଣ୍ଡାରେ ଆରାମ ପ୍ରଦାନ କରେ

4/5
ଥଣ୍ଡାରେ ଆରାମ ପ୍ରଦାନ କରେ

ଆୟୁର୍ବେଦରେ ଅଳେଇଚ (cardamom) କୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶ୍ୱାସକ୍ରିୟା ସମସ୍ୟାକୁ ହ୍ରାସ କରେ ଯେପରିକି ଅସ୍ଥାମା, ଥଣ୍ଡା ଇତ୍ୟାଦି ରୋଗରେ କମି ଆସିଥାଏ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୭୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଭାରତରେ ଏହି ମାସରେ ଆସିବ କୋରୋନାର ଚତୁର୍ଥ ଲହର, ଏହି ୨ ଲକ୍ଷଣ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର!

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସରକାରଙ୍କ ବଢ଼ିଲା ଏତେ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ

ଗଳା ଯନ୍ତ୍ରଣା ଦୂର ହେବ

5/5
ଗଳା ଯନ୍ତ୍ରଣା ଦୂର ହେବ

ଯଦି ଆପଣଙ୍କର ଗଳାରେ ସମସ୍ୟା କିମ୍ୱା ଯନ୍ତ୍ରଣା ହେଉଛି, ତେବେ ସକାଳେ ଉଠିବା ସମୟରେ ଓ ରାତିରେ ଶୋଇବ ସମୟରେ ଅଳେଇଚକୁ ଚୋବାଇ ଚୋବାଇ ଖାଆନ୍ତୁ ଓ ଗରମ ପାଣି ପିଅନ୍ତୁ । ଏଥିରୁ ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ଆରାମ ମିଳିବ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।

ट्रेन्डिंग फोटोज़